ନିମ୍ନଲିଖିତ ପରିଚ୍ଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାର ଆଧାରରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ, ଠିକ ଓ ସଂକ୍ଷିପ୍ତ ଉତ୍ତର ଦିଅ :
ଦୁଃଖବର୍ଗରେ ଭୟରସ୍ଥାନ ଯାହା, ଆନନ୍ଦବର୍ଗରେ ଉତ୍ସାହର ସ୍ଥାନ ତାହା । ଯେଉଁ କର୍ମରେ କଷ୍ଟ ଓ ହାନିକୁ ସହ୍ୟକରିବାର ସାହସ ଥାଏ, ସେଇଠି ଆନନ୍ଦପ୍ରାପ୍ତିର ଉତ୍କଣ୍ଠାରୁ ଉତ୍ସାହକୁ ଠିକ୍ ବୁଝିହୁଏ । କଷ୍ଟ ଓ ହାନିର ପାର୍ଥକ୍ୟ ଅନୁସାରେ ଉତ୍ସାହର ବି ପାର୍ଥକ୍ୟ ଜଣାପଡ଼େ । ସାହିତ୍ୟ ସମାଲୋଚକମାନେ ଏହି ଦୃଷ୍ଟିକୋଣରୁ ଏ ଗୁଡ଼ିକୁ ଯୁଦ୍ଧବୀର, ଦାନବୀର, ଦୟାବୀର ଇତ୍ୟାଦି ବିଭାଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ପ୍ରାଚୀନ ଓ ପ୍ରଧାନ ହେଉଛି ଯୁଦ୍ଧବୀରତ୍ୱ, ଯେଉଁଠି ଆଘାତ, ପୀଡ଼ା ଏପରିକି ମୃତ୍ୟୁ ସୁଦ୍ଧା ଗୁରୁତ୍ୱ ରଖେ ନାହିଁ । ଏହିପ୍ରକାର ବୀରତ୍ୱର ପ୍ରକଟନ ପ୍ରାଚୀନକାଳରୁ ଚଳି ଆସିଛି, ଯେଉଁଥିରେ ସାହସ ଓ ଚେଷ୍ଟାର ପ୍ରଦର୍ଶନ ଚରମ ସୀମାକୁ ଛୁଉଁଛି । କିନ୍ତୁ କେବଳ କଷ୍ଟ ବା ପୀଡ଼ାର ସହନ କରିବାର ସାହସରୁ ଉତ୍ସାହର ସ୍ୱରୂପ ପ୍ରକଟିତ ହୁଏ ନାହିଁ । ଏହା ସହିତ ଆନନ୍ଦର ସହିତ ଚେଷ୍ଟା କିମ୍ବା ଉତ୍କଣ୍ଠାର ମିଳନ ଆବଶ୍ୟକ । ଅବଶ ହୋଇନପଡ଼ି ବଡ଼କଷ୍ଟବରଣ କରିବାକୁ ଇଚ୍ଛା କରିବାକୁ ସାହସ କୁହାଯାଇପାରେ, ଉତ୍ସାହ ନୁହେଁ । ସେହିପରି ଚୁପଚାପ ହାତପାଦ ନ ହଲାଇ ପ୍ରଚୁର ପ୍ରହାର ସହ୍ୟ କରିବାର ସାହସ ଏବଂ କଠିନରୁ କଠିନ ପ୍ରହାର ସହ୍ୟ କରିବି ନିଜସ୍ଥାନରୁ ନ ହଟିବାକୁ ସାହସ କୁହାଯିବ ଏବଂ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେଲେ ବି ଦୃଢ଼ ରହିବାକୁ ଅଟଳଉଦ୍ୟମ କୁହାଯାଏ । କେବଳ ଏହିପରି ସାହସ ଓ ଅଟଳ ଉଦ୍ୟମକୁ ଉତ୍ସାହ କୁହାଯିବ, ଯଦି ସାହସୀ କିମ୍ବା ଧୈର୍ଯ୍ୟଶୀଳ ବ୍ୟକ୍ତିଟି ଆନନ୍ଦର ସହ ନିଜ ଲକ୍ଷ୍ୟ ପଥରେ ଆଗେଇଚାଲେ, ଅନେକ ବାଧାବିଘ୍ନ ସତ୍ତ୍ୱେ । ସ୍ପଷ୍ଟଭାବରେ କହିଲେ ଆନନ୍ଦର ସହ ଉଦ୍ୟମ କିମ୍ବା ଉତ୍କଣ୍ଠା ଭିତରେ ଉତ୍ସାହକୁ ଦେଖାଯାଇପାରେ, କେବଳ କଷ୍ଟ ସହିବାର ନିଶ୍ଚେଷ୍ଟ ସାହସରେ ନୁହେଁ । ଉତ୍ସାହ ଭିତରେ ଉଭୟ ଦୃଢ଼ନିଷ୍ଠା ଓ ସାହସ ସଞ୍ଚାରିତ ହୁଏ ।
ଦାନବୀର ଅର୍ଥତ୍ୟାଗ କରିବାର ସାହସ ଏବଂ ଏଥିରୁ ମିଳିବାକୁ ଥିବା କଷ୍ଟ ଓ କଠିନତାକୁ ସହ୍ୟ କରିବାର କ୍ଷମତା ରଖେ । ଯେତେବେଳେ ଦାନୀ ବ୍ୟକ୍ତି ଧନଦାନ ଦେଇ କିଛି ପରିମାଣରେ ଜୀବନଶୈଳୀରେ କଷ୍ଟବରଣ କରେ ବା କଠିନ ପରିସ୍ଥିତିର ସମ୍ମୁଖୀନ ହୁଏ, ସେତେବେଳେ ତାର ଦାନବୀରତ୍ୱ ସ୍ୱୀକୃତ ହୁଏ । ଏହି କଷ୍ଟ ବା କଠିନତା ଯେତେ ଅଧିକ ହୁଏ ତାର ଦାନଶୀଳତା ସେତିକି ବଢ଼େ । କିନ୍ତୁ ଯେ ପର୍ଯ୍ୟନ୍ତ ଏହି ଅର୍ଥତ୍ୟାଗପାଇଁ ସାହସ ସହିତ ପୂର୍ଣ୍ଣହୃଦୟ ଓ ଆନନ୍ଦର ସଂଯୋଗ ହୋଇନାହିଁ, ଉତ୍ସାହର ସ୍ୱରୂପ ପ୍ରକଟିତ ହେବ ନାହିଁ ।
ଯୁଦ୍ଧଛଡ଼ା ସଂସାରରେ ଏମିତି କଷ୍ଟକର କାର୍ଯ୍ୟ ରହିଛି ଯେଉଁଠି କଠିନ ଶାରୀରିକ କଷ୍ଟ, ଏପରିକି ମୃତ୍ୟୁର ସମ୍ଭାବନା ବି ରହିଛି । ଗବେଷଣା କାର୍ଯ୍ୟପାଇଁ ବରଫାବୃତ, ମେଘମଣ୍ଡିତ ତୀଖ ପର୍ବତାରୋହଣ, ମେରୁ ଅଞ୍ଚଳ କିମ୍ବା ସାହାରା ମରୁଭୂମିରେ ଭ୍ରମଣ କରିବା, ଅଜଣା ଘନଅରଣ୍ୟକୁ ପ୍ରବେଶ କରିବା ମଧ୍ୟ ପରାକ୍ରମ ଓ ବୀରତ୍ୱର କାର୍ଯ୍ୟ । ଆନନ୍ଦ ଓ ଆଗ୍ରହର ସହ ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କ ଉଦ୍ୟମ ମଧ୍ୟ ଉତ୍ସାହର ଅନ୍ତର୍ଭୁକ୍ତ ।
(a) ଉତ୍ସାହ ଭିତରେ ସାହସର ଭୂମିକା କଣ ସ୍ପଷ୍ଟ କର ।
(b) ଦୃଢ଼ ଉଦ୍ୟମର ଅର୍ଥ କଣ ?
(c) ଉତ୍ସାହ କେମିତି ପ୍ରାପ୍ତ ହୁଏ ?
(d) ଆନନ୍ଦପୂର୍ଣ୍ଣ ଉତ୍କଣ୍ଠା ଏବଂ ଉତ୍ସାହର ସମ୍ବନ୍ଧ ନିରୂପଣ କର ।
(e) ଅର୍ଥଦାନ କରିବାକୁ ଦାନୀବ୍ୟକ୍ତିକୁ କଣ ସହ୍ୟ କରିବାକୁ ପଡ଼େ ?
60 marks · directive: Comprehension
The core of a good answer
The passage holds that utsah (zeal) is joyful eagerness for work that needs the courage to bear hardship or loss: courage and firm effort alone are not utsah, which appears only when the effort is made with joy, as in the warrior, the generous giver and the explorer.
An outline written by upsc.help, not an official UPSC answer; every fact checked by a separate review. How we work
What the question asks
Five questions of 12 marks each (12×5=60). Each answer must come from the passage, in clear and concise Odia and in your own sentences; a short paragraph per answer is enough. Do not add outside material. The key distinction is between ସାହସ (courage) and ଅଟଳ ଉଦ୍ୟମ (firm, unshaken effort) on the one hand and ଉତ୍ସାହ (joyful, eager effort) on the other.
Answer outline
Introduction
Read the passage once for its central claim (utsah has the same place in the class of joy that fear has in the class of sorrow), then find the sentence that answers each question.
(a)
- Courage is a necessary base of utsah: utsah is understood where work needs the courage to bear hardship and loss, through the eagerness for joy: "ଯେଉଁ କର୍ମରେ କଷ୍ଟ ଓ ହାନିକୁ ସହ୍ୟକରିବାର ସାହସ ଥାଏ, ସେଇଠି ଆନନ୍ଦପ୍ରାପ୍ତିର ଉତ୍କଣ୍ଠାରୁ ଉତ୍ସାହକୁ ଠିକ୍ ବୁଝିହୁଏ".
- But courage to bear pain alone does not reveal utsah: "କେବଳ କଷ୍ଟ ବା ପୀଡ଼ାର ସହନ କରିବାର ସାହସରୁ ଉତ୍ସାହର ସ୍ୱରୂପ ପ୍ରକଟିତ ହୁଏ ନାହିଁ". Wishing to accept great hardship without giving way (ଅବଶ ହୋଇନପଡ଼ି) is courage, not utsah: "ଅବଶ ହୋଇନପଡ଼ି ବଡ଼କଷ୍ଟବରଣ କରିବାକୁ ଇଚ୍ଛା କରିବାକୁ ସାହସ କୁହାଯାଇପାରେ, ଉତ୍ସାହ ନୁହେଁ".
- Within utsah both firm devotion and courage are present: "ଉତ୍ସାହ ଭିତରେ ଉଭୟ ଦୃଢ଼ନିଷ୍ଠା ଓ ସାହସ ସଞ୍ଚାରିତ ହୁଏ".
(b)
- Firm effort is staying steady even when facing strong resistance: "ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେଲେ ବି ଦୃଢ଼ ରହିବାକୁ ଅଟଳଉଦ୍ୟମ କୁହାଯାଏ". The passage keeps this apart from the courage of not moving from one's place under the hardest blows, which it calls ସାହସ ("କଠିନରୁ କଠିନ ପ୍ରହାର ସହ୍ୟ କରିବି ନିଜସ୍ଥାନରୁ ନ ହଟିବାକୁ ସାହସ କୁହାଯିବ").
- Such firm effort becomes utsah only if the person goes on along the path to the goal with joy, in spite of many obstacles: "ଯଦି ସାହସୀ କିମ୍ବା ଧୈର୍ଯ୍ୟଶୀଳ ବ୍ୟକ୍ତିଟି ଆନନ୍ଦର ସହ ନିଜ ଲକ୍ଷ୍ୟ ପଥରେ ଆଗେଇଚାଲେ, ଅନେକ ବାଧାବିଘ୍ନ ସତ୍ତ୍ୱେ".
(c)
- Utsah comes when effort or eagerness is joined with joy, not from passive courage to bear pain: "ଆନନ୍ଦର ସହ ଉଦ୍ୟମ କିମ୍ବା ଉତ୍କଣ୍ଠା ଭିତରେ ଉତ୍ସାହକୁ ଦେଖାଯାଇପାରେ, କେବଳ କଷ୍ଟ ସହିବାର ନିଶ୍ଚେଷ୍ଟ ସାହସରେ ନୁହେଁ".
- Courage must meet effort or eagerness with joy: "ଏହା ସହିତ ଆନନ୍ଦର ସହିତ ଚେଷ୍ଟା କିମ୍ବା ଉତ୍କଣ୍ଠାର ମିଳନ ଆବଶ୍ୟକ".
- Example from the last paragraph: mountaineering, polar or Sahara travel and entering unknown forests for research, when done with joy and keenness, are also utsah: "ଆନନ୍ଦ ଓ ଆଗ୍ରହର ସହ ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କ ଉଦ୍ୟମ ମଧ୍ୟ ଉତ୍ସାହର ଅନ୍ତର୍ଭୁକ୍ତ".
(d)
- Utsah belongs to the class of joy: "ଦୁଃଖବର୍ଗରେ ଭୟରସ୍ଥାନ ଯାହା, ଆନନ୍ଦବର୍ଗରେ ଉତ୍ସାହର ସ୍ଥାନ ତାହା"; it is recognised through the eagerness for joy (ଆନନ୍ଦପ୍ରାପ୍ତିର ଉତ୍କଣ୍ଠା).
- Joyful eagerness is what turns courage into utsah; without it there is no utsah even in a generous gift: "ଯେ ପର୍ଯ୍ୟନ୍ତ ଏହି ଅର୍ଥତ୍ୟାଗପାଇଁ ସାହସ ସହିତ ପୂର୍ଣ୍ଣହୃଦୟ ଓ ଆନନ୍ଦର ସଂଯୋଗ ହୋଇନାହିଁ, ଉତ୍ସାହର ସ୍ୱରୂପ ପ୍ରକଟିତ ହେବ ନାହିଁ".
- So in the passage utsah is seen in effort or eagerness joined with joy: "ଆନନ୍ଦର ସହ ଉଦ୍ୟମ କିମ୍ବା ଉତ୍କଣ୍ଠା ଭିତରେ ଉତ୍ସାହକୁ ଦେଖାଯାଇପାରେ".
(e)
- The giver needs the courage to part with wealth and the capacity to bear the hardship and difficulty that follow: "ଦାନବୀର ଅର୍ଥତ୍ୟାଗ କରିବାର ସାହସ ଏବଂ ଏଥିରୁ ମିଳିବାକୁ ଥିବା କଷ୍ଟ ଓ କଠିନତାକୁ ସହ୍ୟ କରିବାର କ୍ଷମତା ରଖେ".
- By giving away wealth he accepts some hardship in his way of living or faces difficult circumstances ("ଧନଦାନ ଦେଇ କିଛି ପରିମାଣରେ ଜୀବନଶୈଳୀରେ କଷ୍ଟବରଣ କରେ ବା କଠିନ ପରିସ୍ଥିତିର ସମ୍ମୁଖୀନ ହୁଏ"); only then is his generosity recognised.
- The greater this hardship, the greater his generosity: "ଏହି କଷ୍ଟ ବା କଠିନତା ଯେତେ ଅଧିକ ହୁଏ ତାର ଦାନଶୀଳତା ସେତିକି ବଢ଼େ".
Conclusion
Keep each answer to the passage's own ideas and words; short, exact answers score better than long ones.
Facts to remember
- The passage names three kinds of heroism from literary criticism: ଯୁଦ୍ଧବୀର (in war), ଦାନବୀର (in giving) and ଦୟାବୀର (in compassion); war heroism is called the oldest and chief.
- The passage separates ସାହସ (courage to bear pain), ଅଟଳ ଉଦ୍ୟମ (staying firm against strong resistance) and ଉତ୍ସାହ (effort made with joy and eagerness).
- The passage's examples of utsah outside war: mountaineering, travel in polar regions or the Sahara, and entering unknown dense forests for research.