Home / PYQs / Mains Odia Compulsory Paper (Qualifying) UPSC Mains Odia Compulsory Paper (Qualifying) previous-year questions 9 Mains Odia Compulsory Paper (Qualifying) questions from 2026 to 2026, with the official answer where UPSC has published one, an explanation or answer outline, and the news stories that connect to each. Every question is checked against the published paper.
2026 2026 · Odia Compulsory Paper (Qualifying) · 100 marks Mains
ନିମ୍ନଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ :
(a) ଭାରତବୋଧ ଅବଧାରଣା ଓ ଆମର ଭବିଷ୍ୟତ
2026 · Odia Compulsory Paper (Qualifying) · 100 marks Mains
ନିମ୍ନଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ :
(b) ଡିଜିଟାଲଯୁଗରେ ନାଗରିକଙ୍କ କର୍ତ୍ତବ୍ୟ
2026 · Odia Compulsory Paper (Qualifying) · 100 marks Mains
ନିମ୍ନଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ :
(c) ଭାରତର ଅନ୍ତରୀକ୍ଷ ଗବେଷଣା ଓ ମଙ୍ଗଳଯାନ
2026 · Odia Compulsory Paper (Qualifying) · 100 marks Mains
ନିମ୍ନଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ :
(d) ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଓ ଗୁଣବତ୍ତା
2026 · Odia Compulsory Paper (Qualifying) · 60 marks Mains
ନିମ୍ନଲିଖିତ ପରିଚ୍ଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାର ଆଧାରରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ, ଠିକ ଓ ସଂକ୍ଷିପ୍ତ ଉତ୍ତର ଦିଅ :
ଦୁଃଖବର୍ଗରେ ଭୟରସ୍ଥାନ ଯାହା, ଆନନ୍ଦବର୍ଗରେ ଉତ୍ସାହର ସ୍ଥାନ ତାହା । ଯେଉଁ କର୍ମରେ କଷ୍ଟ ଓ ହାନିକୁ ସହ୍ୟକରିବାର ସାହସ ଥାଏ, ସେଇଠି ଆନନ୍ଦପ୍ରାପ୍ତିର ଉତ୍କଣ୍ଠାରୁ ଉତ୍ସାହକୁ ଠିକ୍ ବୁଝିହୁଏ । କଷ୍ଟ ଓ ହାନିର ପାର୍ଥକ୍ୟ ଅନୁସାରେ ଉତ୍ସାହର ବି ପାର୍ଥକ୍ୟ ଜଣାପଡ଼େ । ସାହିତ୍ୟ ସମାଲୋଚକମାନେ ଏହି ଦୃଷ୍ଟିକୋଣରୁ ଏ ଗୁଡ଼ିକୁ ଯୁଦ୍ଧବୀର, ଦାନବୀର, ଦୟାବୀର ଇତ୍ୟାଦି ବିଭାଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ପ୍ରାଚୀନ ଓ ପ୍ରଧାନ ହେଉଛି ଯୁଦ୍ଧବୀରତ୍ୱ, ଯେଉଁଠି ଆଘାତ, ପୀଡ଼ା ଏପରିକି ମୃତ୍ୟୁ ସୁଦ୍ଧା ଗୁରୁତ୍ୱ ରଖେ ନାହିଁ । ଏହିପ୍ରକାର ବୀରତ୍ୱର ପ୍ରକଟନ ପ୍ରାଚୀନକାଳରୁ ଚଳି ଆସିଛି, ଯେଉଁଥିରେ ସାହସ ଓ ଚେଷ୍ଟାର ପ୍ରଦର୍ଶନ ଚରମ ସୀମାକୁ ଛୁଉଁଛି । କିନ୍ତୁ କେବଳ କଷ୍ଟ ବା ପୀଡ଼ାର ସହନ କରିବାର ସାହସରୁ ଉତ୍ସାହର ସ୍ୱରୂପ ପ୍ରକଟିତ ହୁଏ ନାହିଁ । ଏହା ସହିତ ଆନନ୍ଦର ସହିତ ଚେଷ୍ଟା କିମ୍ବା ଉତ୍କଣ୍ଠାର ମିଳନ ଆବଶ୍ୟକ । ଅବଶ ହୋଇନପଡ଼ି ବଡ଼କଷ୍ଟବରଣ କରିବାକୁ ଇଚ୍ଛା କରିବାକୁ ସାହସ କୁହାଯାଇପାରେ, ଉତ୍ସାହ ନୁହେଁ । ସେହିପରି ଚୁପଚାପ ହାତପାଦ ନ ହଲାଇ ପ୍ରଚୁର ପ୍ରହାର ସହ୍ୟ କରିବାର ସାହସ ଏବଂ କଠିନରୁ କଠିନ ପ୍ରହାର ସହ୍ୟ କରିବି ନିଜସ୍ଥାନରୁ ନ ହଟିବାକୁ ସାହସ କୁହାଯିବ ଏବଂ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେଲେ ବି ଦୃଢ଼ ରହିବାକୁ ଅଟଳଉଦ୍ୟମ କୁହାଯାଏ । କେବଳ ଏହିପରି ସାହସ ଓ ଅଟଳ ଉଦ୍ୟମକୁ ଉତ୍ସାହ କୁହାଯିବ, ଯଦି ସାହସୀ କିମ୍ବା ଧୈର୍ଯ୍ୟଶୀଳ ବ୍ୟକ୍ତିଟି ଆନନ୍ଦର ସହ ନିଜ ଲକ୍ଷ୍ୟ ପଥରେ ଆଗେଇଚାଲେ, ଅନେକ ବାଧାବିଘ୍ନ ସତ୍ତ୍ୱେ । ସ୍ପଷ୍ଟଭାବରେ କହିଲେ ଆନନ୍ଦର ସହ ଉଦ୍ୟମ କିମ୍ବା ଉତ୍କଣ୍ଠା ଭିତରେ ଉତ୍ସାହକୁ ଦେଖାଯାଇପାରେ, କେବଳ କଷ୍ଟ ସହିବାର ନିଶ୍ଚେଷ୍ଟ ସାହସରେ ନୁହେଁ । ଉତ୍ସାହ ଭିତରେ ଉଭୟ ଦୃଢ଼ନିଷ୍ଠା ଓ ସାହସ ସଞ୍ଚାରିତ ହୁଏ ।
ଦାନବୀର ଅର୍ଥତ୍ୟାଗ କରିବାର ସାହସ ଏବଂ ଏଥିରୁ ମିଳିବାକୁ ଥିବା କଷ୍ଟ ଓ କଠିନତାକୁ ସହ୍ୟ କରିବାର କ୍ଷମତା ରଖେ । ଯେତେବେଳେ ଦାନୀ ବ୍ୟକ୍ତି ଧନଦାନ ଦେଇ କିଛି ପରିମାଣରେ ଜୀବନଶୈଳୀରେ କଷ୍ଟବରଣ କରେ ବା କଠିନ ପରିସ୍ଥିତିର ସମ୍ମୁଖୀନ ହୁଏ, ସେତେବେଳେ ତାର ଦାନବୀରତ୍ୱ ସ୍ୱୀକୃତ ହୁଏ । ଏହି କଷ୍ଟ ବା କଠିନତା ଯେତେ ଅଧିକ ହୁଏ ତାର ଦାନଶୀଳତା ସେତିକି ବଢ଼େ । କିନ୍ତୁ ଯେ ପର୍ଯ୍ୟନ୍ତ ଏହି ଅର୍ଥତ୍ୟାଗପାଇଁ ସାହସ ସହିତ ପୂର୍ଣ୍ଣହୃଦୟ ଓ ଆନନ୍ଦର ସଂଯୋଗ ହୋଇନାହିଁ, ଉତ୍ସାହର ସ୍ୱରୂପ ପ୍ରକଟିତ ହେବ ନାହିଁ ।
ଯୁଦ୍ଧଛଡ଼ା ସଂସାରରେ ଏମିତି କଷ୍ଟକର କାର୍ଯ୍ୟ ରହିଛି ଯେଉଁଠି କଠିନ ଶାରୀରିକ କଷ୍ଟ, ଏପରିକି ମୃତ୍ୟୁର ସମ୍ଭାବନା ବି ରହିଛି । ଗବେଷଣା କାର୍ଯ୍ୟପାଇଁ ବରଫାବୃତ, ମେଘମଣ୍ଡିତ ତୀଖ ପର୍ବତାରୋହଣ, ମେରୁ ଅଞ୍ଚଳ କିମ୍ବା ସାହାରା ମରୁଭୂମିରେ ଭ୍ରମଣ କରିବା, ଅଜଣା ଘନଅରଣ୍ୟକୁ ପ୍ରବେଶ କରିବା ମଧ୍ୟ ପରାକ୍ରମ ଓ ବୀରତ୍ୱର କାର୍ଯ୍ୟ । ଆନନ୍ଦ ଓ ଆଗ୍ରହର ସହ ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କ ଉଦ୍ୟମ ମଧ୍ୟ ଉତ୍ସାହର ଅନ୍ତର୍ଭୁକ୍ତ ।
(a) ଉତ୍ସାହ ଭିତରେ ସାହସର ଭୂମିକା କଣ ସ୍ପଷ୍ଟ କର ।
(b) ଦୃଢ଼ ଉଦ୍ୟମର ଅର୍ଥ କଣ ?
(c) ଉତ୍ସାହ କେମିତି ପ୍ରାପ୍ତ ହୁଏ ?
(d) ଆନନ୍ଦପୂର୍ଣ୍ଣ ଉତ୍କଣ୍ଠା ଏବଂ ଉତ୍ସାହର ସମ୍ବନ୍ଧ ନିରୂପଣ କର ।
(e) ଅର୍ଥଦାନ କରିବାକୁ ଦାନୀବ୍ୟକ୍ତିକୁ କଣ ସହ୍ୟ କରିବାକୁ ପଡ଼େ ?
2026 · Odia Compulsory Paper (Qualifying) · 60 marks Mains
ନିମ୍ନଲିଖିତ ଗଦ୍ୟାଂଶଟିର ସଂକ୍ଷିପ୍ତସାର ଏକ-ତୃତୀୟାଂଶ ଶବ୍ଦ ମଧ୍ୟରେ ଲେଖ । ଏହି ଗଦ୍ୟାଂଶଟିର ନାମକରଣର ଆବଶ୍ୟକତା ନାହିଁ । ସାରାଂଶଟିକୁ ନିଜ ଭାଷାରେ ଲେଖ ।
ଜଣେ ଭଲ ଶ୍ରୋତା ହେବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ଜୀବନଶୈଳୀର ଆବଶ୍ୟକତା । ତଥାପି ଆମଭିତରେ କମ୍ ଲୋକ ଏ ବିଷୟରେ ଜାଣନ୍ତି । ଏହାର କାରଣ ଏହା ନୁହେଁ ଯେ ଆମେ ଖରାପ ଲୋକ, କିନ୍ତୁ ଆମକୁ କେହି ଏ ବିଷୟରେ ଶିଖେଇ ନାହାନ୍ତି ଯେ କିପରି ଶୁଣାଯାଏ ଏବଂ ଏହାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ଯେ ବହୁତ କମ୍ ଲୋକ ଆମକୁ ଧ୍ୟାନପୂର୍ବକ ଶୁଣନ୍ତି । ତେଣୁ ଆମେ ସାମାଜିକ ଜୀବନରେ ଶୁଣିବା ଅପେକ୍ଷା ବେଶୀ କହିବାକୁ ଚାହୁଁ, ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ଚାହୁଁ କିନ୍ତୁ ସେମାନଙ୍କୁ ଶୁଣିବାକୁ ପ୍ରସ୍ତୁତ ନୋହୁଁ । ବନ୍ଧୁତା ଧିରେ ଧୁରେ ସାମାଜିକ ଅହଂମନ୍ୟତାରେ ପରିଣତ ହୁଏ । ଭଲଶ୍ରୋତାଟିଏ ଏମିତି କିଛି କାର୍ଯ୍ୟକରନ୍ତି ଯାହା ତାଙ୍କ ସାଙ୍ଗରେ ସୁଖଦ ସମୟ କାଟିବାରେ ସାହାଯ୍ୟକରେ । ବହୁସମୟରେ ଆମେ ଏହାର ଆବଶ୍ୟକତାକୁ ଅନୁଭବ ନକରି କଥାବାର୍ତ୍ତା ଆରମ୍ଭ କରୁ, ଯାହା ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଆମେ କଣ କହିବା ଆବଶ୍ୟକ ତାହା ସ୍ପଷ୍ଟ ନ ଥାଏ । କେବେ ଆମେ ଆମର କାମକୁ ନେଇ ବ୍ୟସ୍ତ ହୋଇପଡୁ, କେବେ ଆମେ କର୍ମକ୍ଷେତ୍ରରେ ମହତ୍ତ୍ୱାକାଂକ୍ଷୀ ହେବାକୁ ଚିନ୍ତାକରୁ, ଯଦିଓ ଆମେ ନିଶ୍ଚିତ ନୋହୁଁ ଯେ ଆମପାଇଁ କେଉଁଟି ଠିକ୍ । କେତେବେଳେ ସନ୍ଦେହର ପଡୁ ଯେ ଆମର ସମ୍ପର୍କ ଖରାପ ଆଡ଼କୁ ଯାଉଛି, କେତେବେଳେ କୌଣସି କଥାକୁ ନେଇ ଟିକିଏ ଚିନ୍ତିତ ହୋଇପଡୁ (ଯଦିଓ ଆମେ ଠିକ୍ ଭାବରେ ଜାଣୁନା ଯେ କେଉଁଠି ଭୁଲ ରହୁଛି) କିମ୍ବା ଆମେ କୌଣସି ବିଷୟରେ ଭାରି ଉତ୍ତେଜିତ ଓ ଉତ୍ସାହିତ ହୋଇପଡୁ ଯଦିଓ ଏହାର କାରଣ ସ୍ପଷ୍ଟରୂପେ ଜାଣିପାରୁନା ।
ବସ୍ତୁତଃ ଏ ସମସ୍ତ ବିଷୟ ସ୍ପଷ୍ଟୀକରଣର ଅପେକ୍ଷା ରଖେ । ଜଣେ ଭଲଶ୍ରୋତା ଜାଣେ ଯେ ଅନ୍ୟମାନଙ୍କସହ କଥାବାର୍ତ୍ତା ଆରମ୍ଭ କରିବାକୁ ଯିବାବେଳେ ତାକୁ ଅଶାନ୍ତ ଓ ଅନିଶ୍ଚିତ ମାନସିକ ଅବସ୍ଥାରୁ ନିଶ୍ଚିତ ଶାନ୍ତ ଅବସ୍ଥାକୁ ଅଣାଯାଇପାରେ । ପରସ୍ପର କଥାବାର୍ତ୍ତା ମାଧ୍ୟମରେ ଆମେ ଏହା ବୁଝିବାକୁ ଚେଷ୍ଟା କରିପାରୁ ଯେ ସେ କଣ ଚାହୁଁଛି । କିନ୍ତୁ ପ୍ରକୃତରେ ଏମିତି ଘଟେ ନାହିଁ କାରଣ କଥାବାର୍ତ୍ତାରେ ଆମର ଇଚ୍ଛା ଓ ଆବଶ୍ୟକତାର ଯଥେଷ୍ଟ ସଚେତନତା ନଥାଏ । ତେଣୁ ବିଶ୍ଳେଷଣ କରିବା ପରିବର୍ତ୍ତେ ଲୋକେ ନିଜକଥା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ସେମାନେ ନିଜର ଯନ୍ତ୍ରଣା, ଉଦବେଗ, ଦୁଃଖ ଅବା ଆଶା ଇତ୍ୟାଦିକୁ ବାରମ୍ବାର ଭିନ୍ନଭିନ୍ନ ଭାବରେ କହିଚାଲିଥାନ୍ତି । ଶୁଣିଲାବାଲା ଏହା ଶୁଣେ କିନ୍ତୁ ଭଲଭାବରେ ଏହାକୁ ବୁଝି ନୂଆକିଛି ଜଣାଇବାରେ ସାହାଯ୍ୟକରିପାରେ ନାହିଁ । ଭଲଶ୍ରୋତାମାନେ ଏହି ସ୍ଥିତି ବିରୁଦ୍ଧରେ କଥାବାର୍ତ୍ତାର ଏକ କଳାଚାତୁରୀ ଆପଣେଇଥାନ୍ତି ।
ଅନ୍ୟମାନେ କହିଲାବେଳେ ସେମାନଙ୍କ ମନ ନିକଟରେ ପହଞ୍ଚିବାପାଇଁ ଚେଷ୍ଟା କରନ୍ତି । ସମର୍ଥନସୂଚକ ମନ୍ତବ୍ୟଦେଇ ଉତ୍ସାହିତ କରନ୍ତି, ସହାନୁଭୂତିମୂଳକ ଉତ୍ସାହବର୍ଦ୍ଧକ ଅଙ୍ଗଭଙ୍ଗୀ ଓ ସମର୍ଥନ ଭଙ୍ଗୀ ପ୍ରଦର୍ଶନ କରି ଆଗ୍ରହ ସୂଚକ ‘ହଁ’ କଲାଭଳି ଉତ୍ସାହ ଦିଅନ୍ତି । ସବୁକଥାରେ ସେମାନେ ବକ୍ତାକୁ ନିଜ ବକ୍ତବ୍ୟର ଗଭୀରତାକୁ ଯିବାକୁ ପ୍ରେରଣା ଦିଅନ୍ତି । ସେମାନେ କହିବାକୁ ପସନ୍ଦ କରନ୍ତି – ‘ତୁମେ ଏ ବିଷୟରେ ଆଉ ଅଧିକ କୁହ’; ‘ମୁଁ ପ୍ରକୃତରେ ତୁମକଥାରେ ମନ୍ତ୍ରମୁଗ୍ଧ’; ‘ଏହା କେମିତି ହେଲା ? ତୁମେ କ’ଣ ଭାବୁଛ’ କିମ୍ବା ‘ତୁମେ କଣ ଅନୁଭବ କରୁଛ ?’ ଜଣେ ଭଲଶ୍ରୋତା ଏହା ଧରିନେଇଥାଏ ଯେ ଅନ୍ୟମାନଙ୍କ କଥାବାର୍ତ୍ତାରେ ଅସ୍ପଷ୍ଟତା ସ୍ୱାଭାବିକ । ସେ ଅଧୀର ହୋଇ ନିଜେ ଆଲୋଚନା କରେ ନାହିଁ । ସେ ବୁଝେ ଯେ କଥାବାର୍ତ୍ତାରେ ଅସ୍ପଷ୍ଟତା ଏକ ସାର୍ବଜନୀନ ଓ ଗୁରୁତ୍ୱପୂର୍ଣ୍ଣ ମାନସିକ ସମସ୍ୟା ଏବଂ ଜଣେ ଭଲ ବନ୍ଧୁ ବକ୍ତାକୁ ସହଯୋଗ କରିବା ଉଚିତ । ବେଳେ ବେଳେ ଆମେ କୌଣସି ଅନୁଭବ ପାଖରେ ଆନମନା ହୋଇ ରହିଯାଉ ମାତ୍ର ଏହାର କାରଣ ନିର୍ଣ୍ଣୟ କରିପାରୁନା । ଏପରି ସ୍ଥିତିରେ ଏକ ଭଲଶ୍ରୋତା ଆମକୁ ବିସ୍ତାରିତ ଓ ଗଭୀର ଭାବରେ ବକ୍ତବ୍ୟ ରଖିବାକୁ ଉତ୍ସାହିତ କରେ ଓ ଆଗକୁ ଟିକିଏ ବଢ଼ିବାକୁ କହେ । ଆମର ଏମିତି ଜଣେ ଶ୍ରୋତାର ଆବଶ୍ୟକତା ଥାଏ ଯିଏ ଉପଦେଶ ଦେବା ବଦଳରେ କେବଳ ଯାଦୁକାରୀ ଶବ୍ଦ ଦୁଇଟି କହିବ – ‘କହି ଚାଲ’ । ଆମେ ଭାଇଭଉଣୀଙ୍କ ପ୍ରସଙ୍ଗ ଉଠାଇ କହୁ ଏବଂ ସେମାନେ ଟିକିଏ ଅଧିକ ଜାଣିବାକୁ ଇଚ୍ଛା କରନ୍ତି – ସେମାନଙ୍କ ସମ୍ପର୍କ ପିଲାଦିନେ କେମିତି ଥିଲା ? ସମୟକ୍ରମେ ଏହା କିପରି ବଦଳିଗଲା ? ସେମାନେ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି ଯେ ଆମର ଦୁଃଖ ଓ ଉଦବେଗର ଉତ୍ସ କଣ ? ସେମାନେ ଏପରି କଥା ପଚାରନ୍ତି – ଆପଣ ଏଇ କଥାଟିପାଇଁ ଚିନ୍ତିତ କାହିଁକି ? ଏଇ କଥାଟି ଏତେ ବଡ଼ ସମସ୍ୟା ବୋଲି ଭାବୁଛନ୍ତି କାହିଁକି ? ସେମାନେ ଆମର ଅତୀତକୁ ମନେରଖିଥାନ୍ତି । ବେଳେବେଳେ ସେମାନେ ଆମେ କହିଥିବା କୌଣସି ପୁରୁଣାକଥାକୁ ମନେପକାନ୍ତି ଓ ଆମେ ଅନୁଭବ କରୁ ଯେ ସେମାନେ ଆମ ସହିତ ଗଭୀର ସମ୍ବନ୍ଧ ରଖିବାକୁ ଆଗ୍ରହୀ । ଘାତକ ସଦୃଶ ଅସ୍ପଷ୍ଟ କଥା କହିବା ଭାରି ସହଜ । ଆମେ ସାଧାରଣତଃ କହୁ ଯେ କୌଣସି ବିଷୟ ସୁନ୍ଦର କିମ୍ବା କୁତ୍ସିତ, ସୁଖଦ ବା ଦୁଃଖଦ । କିନ୍ତୁ ଏହା ବୁଝିବାକୁ ଚେଷ୍ଟା କରୁନା ଯେ ଆମକୁ ଏପରି ଅନୁଭବ ହେଉଛି କାହିଁକି ? ଏକ ଭଲଶ୍ରୋତା ଆମର ଔପଚାରିକ କଥାବାର୍ତ୍ତାରେ ମୈତ୍ରୀପୂର୍ଣ୍ଣ ସକାରାତ୍ମକ ସଂଶୟ ବ୍ୟକ୍ତ କରିଥାଏ ଏବଂ ଏହାପଛରେ ଲୁଚିଥିବା ଗଭୀର ଭାବାବେଗକୁ ବୁଝିବାକୁ ଚେଷ୍ଟା କରିଥାଏ ।
(528 ଶବ୍ଦ)
2026 · Odia Compulsory Paper (Qualifying) · 20 marks Mains
ନିମ୍ନଲିଖିତ ପରିଚ୍ଛେଦଟିକୁ ଇଂରାଜୀରେ ଅନୁବାଦ କର :
ଭାରତୀୟ ନାବିକ ନୌଚାଳନାର କୌଶଳ ପାଇଁ ପ୍ରାଚୀନ କାଳରୁ ପ୍ରସିଦ୍ଧି ଅର୍ଜ୍ଜନ କରିଛନ୍ତି । ଆଜିଠାରୁ 5000 ବର୍ଷପୂର୍ବରୁ ସେମାନେ ସମୁଦ୍ରରେ ନୌଚାଳନା ଆରମ୍ଭ କରିଥିଲେ । ସେ ସମୟରେ ସମୁଦ୍ରଯାତ୍ରାରେ ବ୍ୟବହାର ହେବାଭଳି ଖୁବ୍ କମ୍ ଉପକରଣ ଥିଲା । ଆଜିକାଲି ଭଳି ଉନ୍ନତ ଉପକରଣ ସେତେବେଳେ ଉପଲବ୍ଧ ନଥିଲା । ବୋଧହୁଏ ପ୍ରାଚୀନକାଳର ନାବିକମାନଙ୍କର ପାଣିପାଗଜ୍ଞାନ ଅନୁଭୂତି ଓ ସୂକ୍ଷ୍ମ ଅବବୋଧ ଆଧାରିତ ଥିଲା । ସେମାନେ ଗ୍ରହନକ୍ଷତ୍ରର ସ୍ଥିତି ଅନୁଧ୍ୟାନ କରିପାରୁଥିଲେ, ପବନର ଗତି ଅନୁଧ୍ୟାନ କରିପାରୁଥିଲେ ଓ ସମୁଦ୍ରର ଜଳରାଶିର ରଙ୍ଗକୁ ଦେଖି ଗଭୀରତା ସ୍ଥିର କରିପାରୁଥିଲେ । ସାମୁଦ୍ରିକ ଜୀବଜନ୍ତୁଙ୍କୁ ଦେଖି ସେମାନେ ସ୍ଥଳଭାଗର ଦୂରତା ସ୍ଥିର କରିପାରୁଥିଲେ ଏବଂ ଅନେକ ସମୟରେ ନିକଟସ୍ଥ ଗୋଟିଏ ଦେଶର ଅବସ୍ଥିତି କଳନା କରିପାରୁଥିଲେ । ସେତେବେଳେ କୌଣସି ସାମୁଦ୍ରିକବିଦ୍ୟା ଏକାଡେମୀ ନଥିଲା । ତେଣୁ ସେମାନଙ୍କୁ ଯେଉଁ ପ୍ରଶିକ୍ଷଣ ମିଳୁଥିଲା ତାହା ଚେଷ୍ଟା ଓ ତ୍ରୁଟି ଆଧାରିତ ଅନୁଭବଜ୍ଞାନ ଥିଲା । ଯେତେବେଳେ କୌଣସି ଦୁର୍ଘଟଣା ଘଟୁଥିଲା, ସେମାନଙ୍କର ସାହସ ଓ ଆତ୍ମବିଶ୍ୱାସ ବଳ ସେମାନଙ୍କୁ ଯାତ୍ରା ଅବ୍ୟାହତ ରଖିବାକୁ ପ୍ରେରଣା ଦେଉଥିଲା । ଏହାରି ବଳରେ ନାବିକମାନେ ପଶ୍ଚିମରେ ପାରସ୍ୟ ଉପସାଗର, ଆଫ୍ରିକାର ପୂର୍ବ ଉପକୂଳ ଏବଂ ସୁଦ୍ୱରବର୍ତ୍ତୀ ପୂର୍ବ ଇଣ୍ଡୋନେସିଆ, କାମ୍ବୋଡ଼ିଆ, ଅନ୍ନେମ, ବୋର୍ଣ୍ଣିଓ, ସେଲିବିସ ପ୍ରଭୃତି ଦ୍ୱୀପସବୁରେ ପହଞ୍ଚି ପାରିଥିଲେ । ଆଧୁନିକ ସମୁଦ୍ରବିଦ୍ୟା ପ୍ରଶିକ୍ଷଣ 1920 ଦଶକର ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା ।
ସ୍ୱାଧୀନତାପରେ ଭାରତରେ ପରିବର୍ତ୍ତନର ଏକ ସୁଖଦ ସ୍ରୋତ ପ୍ରବାହିତ ହୋଇଛି । ଭାରତର ପ୍ରାଚୀନ ଗୌରବ-ଜାହାଜଯାତ୍ରାର ପରମ୍ପରା-ସୂର୍ଯ୍ୟ, ଯାହା ଗତ କିଛି ଶତାବ୍ଦୀପୂର୍ବରୁ ଅସ୍ତମିତ ହୋଇଯାଇଥିଲା, ପୁଣି ଉଦୟ ହୋଇ ଚମକୁଛି । ଭାରତୀୟ ଜାହାଜଯାତ୍ରା ବ୍ୟାପାର ଏବେ ଠିକ୍ ଦିଗକୁ ଅଗ୍ରସର ହେଉଛି ।
2026 · Odia Compulsory Paper (Qualifying) · 20 marks Mains
ନିମ୍ନଲିଖିତ ପରିଚ୍ଛେଦକୁ ଓଡ଼ିଆରେ ଅନୁବାଦ କର :
Orientation for entrepreneurship has to start right from the schools. In schools, teachers need to highlight the role of entrepreneurship in national development. During college, students must be exposed to business development opportunities and must be trained towards the creation of new enterprises. Parents should encourage their children to take up new ventures after their education. We should cultivate a mindset that ‘Idea is wealth’.
The government must create a facilitating environment for the provision of venture capital for innovative ideas without collateral security. Universities and engineering and management institutions should work with banks and other funding agencies towards simplifying procedures for setting up businesses and working with entrepreneurs till the project becomes self-sustaining and viable. Procedures in government should facilitate the spotting and recognition of new Indian talent in entrepreneurship by creating a level playing field for healthy competition. Citizens who can afford it should turn themselves into angel investors or start venture capital organizations to fund such new ventures. Big and small industries need to have an open mind in order to encourage and partner with young entrepreneurs.
2026 · Odia Compulsory Paper (Qualifying) · 40 marks Mains
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :
(a) ବ୍ୟାସବାକ୍ୟ ସହ ସମାସର ନାମ ଲେଖ :
(i) ବନଜାତ
(ii) ମଧୁପ
(iii) ନୀଳାକାଶ
(iv) ତ୍ରିଫଳା
(b) ନିମ୍ନ ପ୍ରୟୋଗ ଗୁଡ଼ିକର ବିଶେଷଅର୍ଥ ଲେଖି ବାକ୍ୟରେ ବ୍ୟବହାର କର :
(i) ପରଦାନା ମାରିବା
(ii) ବିରାଡ଼ି ବୈଷ୍ଣବ
(iii) ମାଙ୍କଡ଼ ହାତରେ ଶାଳଗ୍ରାମ
(iv) କାଳୀଗାଈର ଭିନ୍ନ ଗୋଠ
(c) ସନ୍ଧିବିଚ୍ଛେଦ କର :
(i) ପରୀକ୍ଷା
(ii) ଜୟଦ୍ରଥ
(iii) ଉଲ୍ଲାସ
(iv) ମନସ୍ତାପ
(d) ନିମ୍ନଶବ୍ଦ ଗୁଡିକର ଭ୍ରମ ସଂଶୋଧନ କର :
(i) ଚାପଲ୍ୟତା
(ii) ଜାଗ୍ରତାବସ୍ଥା
(iii) ଉପଯୋଗୀତା
(iv) ଧୃବ
(e) ନିମ୍ନ ବାକ୍ୟମାନଙ୍କରେ ଥିବା ବିଶେଷଣ ପଦକୁ ଚିହ୍ନାଅ :
(i) ଏଇଟା ସୁନାର ହାର ।
(ii) ତାଙ୍କ ମନ ନିର୍ମଳ ଥିଲା ।
(iii) ସେ ଦରିଦ୍ର ଜୀବନଯାପନ କରନ୍ତି ।
(iv) ଘୋଡ଼ାଟି ଧିରେ ଧିରେ ଦୌଡୁଛି ।